ବନ୍ଦ

    ଉପକ୍ରମ

    ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ସମ୍ପର୍କରେ

    ସଂକ୍ଷିପ୍ତ ଇତିହାସ

    ତା.୧.୪.୧୯୩୬ ମସିହାରେ ଓଡ଼ିଶା ରାଜତନ୍ତ୍ର ଶାସନରୁ ମୁକ୍ତହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଶା ପ୍ରଦେଶ ଗଠନ ପରେ ପ୍ରଥମେ ସଦର ମହାକୁମା କଟକ ଠାରେ ଏକ ରାଜସ୍ୱ କମିଶନରଙ୍କୁ ନିଯୁକ୍ତି କରାଯାଇଥିଲା । ସଦର ମହକୁମା କଟକରେ ଥିବା ରାଜସ୍ୱ କମିଶନର ଓଡ଼ିଶା ପ୍ରଦେଶ ରାଜସ୍ୱ ପ୍ରଶାସନର ମୁଖ୍ୟ ଶାସକ, ଏ ପଦ୍ଧତି, ଶାସନତନ୍ତ୍ର କଲିକତା ଶାସନ ଅନ୍ତର୍ଭୂକ୍ତ ସଂପୃକ୍ତ ଅଞ୍ଚଳର ଜନସାଧାରଣରେ ପ୍ରଚଳିତ ଥିଲା । ରାଜ୍ୟ ମାନଙ୍କର ମିଶ୍ରଣ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟନିର୍ବାହ କରୁଥିଲେ । ଯେତେବେଳେ ଏହା ଦେଖାଗଲା କି ଓଡ଼ିଶା ପ୍ରଦେଶର ଆକାର ବିସ୍ତାର ଲାଭ କଲା ଏବଂ ତାହାର ଦାୟିତ୍ୱ ଜଣେ ରାଜସ୍ୱ କମିଶନରଙ୍କ ଦ୍ୱାରା ଚଳାଇବା କଷ୍ଟକର ଥିଲା, ତେଣୁ ଉତ୍ତରାଞ୍ଚଳ ବିଭାଜନ ନିମନ୍ତେ ଏକ ରାଜସ୍ୱ କମିଶନର ପଦବୀ ସୃଷ୍ଟି କରାଯାଇ ସମ୍ୱଲପୁରକୁ ସଦର ମହକୁମା କରାଗଲା । ତତ୍ ପଶ୍ଚାତ୍ ୩ ଜଣ ସଦସ୍ୟକୁ ନେଇ ଏକ ରାଜସ୍ୱ ପର୍ଷଦ ଗଠନ ନିମନ୍ତେ ଏକ ବିଲ୍ ସୁପାରିଶ କରାଗଲା । ପରିଶେଷରେ ୧୯୫୧ ମସିହାରେ ଓଡ଼ିଶା ରାଜସ୍ୱ ପର୍ଷଦ ଅଧିନିୟମ ୧୯୫୧ ଅନୁଯାୟୀ ରାଜସ୍ୱ ପର୍ଷଦ ଗଠନ ହୋଇଥିଲା । କମିଶନରଙ୍କ କାର୍ଯ୍ୟବିଧି ଯାହାକି ରାଜସ୍ୱ କମିଶନରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ ତାହା ସଦସ୍ୟ, ରାଜସ୍ୱ ପର୍ଷଦଙ୍କୁ ନ୍ୟସ୍ତ କରାଗଲା । ରାଜସ୍ୱ ପର୍ଷଦଙ୍କୁ ଅନେକ କ୍ଷମତା ନ୍ୟସ୍ତ କରାଯିବା ଫଳରେ କାଳକ୍ରମେ ଅନେକ ସମସ୍ୟା ଦେଖାଦେଲା । ବିଶେଷ କରି ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି, ସ୍ଥାନୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦିଗରେ ଓ ସର୍ବୋପରି ଜଟିଳ ସମସ୍ୟା ଗୁଡ଼ିକରେ କର୍ତ୍ତବ୍ୟ ଓ ଦାୟିତ୍ୱକୁ କାର୍ଯ୍ୟକାରୀ କରି ଫଳପ୍ରଦ କରାଇବା ଦିଗରେ ଅନେକ ସମସ୍ୟା ଦେଖାଦେଇଥିଲା । ତେଣୁ ରାଜସ୍ୱ ବୋର୍ଡ଼କୁ ବହୁବିଧ ଦାୟିତ୍ୱରୁ ମୁକ୍ତକରି ବିଶେଷଭାବେ ରାଜସ୍ୱ ଶାସନ ଓ ତତ୍ ସମ୍ଫର୍କିତ ସମସ୍ୟାର ସମାଧାନ/ ଫଇସଲା ଦିଗରେ ସଶକ୍ତ କରାଇ ନ୍ୟାୟିକ ବିଷୟ ଗୁଡ଼ିକର ତୁରନ୍ତ ଫଇସଲାର ଦାୟିତ୍ୱ ନ୍ୟସ୍ତ କରାଗଲା। ରାଜସ୍ୱ ପର୍ଷଦ ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହି ସଂପୃକ୍ତ ଡିଭିଜନ ଅନ୍ତର୍ଗତ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ତଦାରଖ କରି ସମୟୋଚିତ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ଡିଭିଜନ କମିଶନର ତୁରନ୍ତ ନିଯୁକ୍ତି କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା । ତତ୍କାଳୀନ ରାଜନୀତି ଓ ସେବା ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୦୮୩୮ ତା.୩୦.୮.୧୯୫୭ ରିଖ ଜରିଆରେ ଓଡ଼ିଶା ରାଜସ୍ୱ ଡିଭିଜନ କମିଶନରଙ୍କ ଅଧିନିୟମ-୧୯୫୭ ତା.୩୦.୮.୧୯୫୭ ରିଖ ଦିନ ଲାଗୁ ହୋଇଥିଲା । ଯାହାକି ଓଡ଼ିଶା ଗେଜେଟ୍‌ର ପରବର୍ତ୍ତୀ ସାଧାରଣ ସଂସ୍କରଣ ସଂଖ୍ୟା ୩୨୨ ରେ ଉକ୍ତ ଦିନ ହିଁ ପ୍ରକାଶିତ ହୋଇଥିଲା ।

    ଯୋଜନା ଓ ସମନ୍ୱୟ ବିଭାଗର ବିଜ୍ଞପ୍ତି ସଂଖ୍ୟା-୧୦୮୩୯ ତା.୩୦.୮.୫୭ ଅନୁଯାୟୀ ଓଡ଼ିଶାର ରାଜସ୍ୱ କମିଶନର ମାନଙ୍କର ପୁର୍ନଗଠନ ପରେ ଗଞ୍ଜାମ, କୋରାପୁଟ, କଳାହାଣ୍ତି ଓ ବୌଦ୍ଧ-କନ୍ଧମାଳକୁ ନେଇ ଓଡ଼ିଶା ରାଜସ୍ୱ ଡିଭିଜନ କମିଶନରଙ୍କ ଅଧିନିୟମ-୧୯୫୭ର ବ୍ୟବସ୍ଥା ଅନୁଯାୟୀ ୧୯୫୭ ମସିହାରେ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ଆରମ୍ଭ ହୋଇ କାର୍ଯ୍ୟକାରୀ ହୋଇଥିଲା ।୧୯୯୨-୧୯୯୩ ମସିହା ସମୟରେ ସରକାରଙ୍କ ଆଦେଶ କ୍ରମେ ଜିଲ୍ଲା ଗୁଡିକର ପୁର୍ନଗଠନ ପରେ ଏହି ୪ ଟି ଜିଲ୍ଲାକୁ ୧୦ ଟି ଜିଲ୍ଲାରେ ବିଭକ୍ତ କରାଗଲା । ଯାହାକି ନିମ୍ନରେ ଦର୍ଶାଗଲା ।

    କ୍ରମିକ ସଂଖ୍ୟା ଜିଲ୍ଲା ନୂତନ ଜିଲ୍ଲା ବିଜ୍ଞପ୍ତି ସଂଖ୍ୟା ଓ ତାରିଖ
    ଗଞ୍ଜାମ
      • ୧.ଗଞ୍ଜାମ
      • ୨.ଗଜପତି
    ରାଜସ୍ୱ ବିଭାଗ ବିଜ୍ଞପ୍ତି ସଂଖ୍ୟା-୪୯୨୩୭/ରାଜସ୍ୱ ତା.୧.୧୦.୧୯୯୨
    କୋରାପୁଟ
      • ୧.କୋରାପୁଟ
      • ୨.ମାଲକାନଗିରି
      • ୩.ନବରଙ୍ଗପୁର
      • ୪.ରାୟଗଡ଼
    ରାଜସ୍ୱ ବିଭାଗ ବିଜ୍ଞପ୍ତି ସଂଖ୍ୟା-୪୯୨୩୭/ରାଜସ୍ୱ ତା.୧.୧୦.୧୯୯୨
    କଳାହାଣ୍ତି
      • ୧.କଳାହାଣ୍ତି
      • ୨.ନୂଆପଡା
    ରାଜସ୍ୱ ବିଭାଗ ବିଜ୍ଞପ୍ତି ସଂଖ୍ୟା-୧୪୨୧୮/ରାଜସ୍ୱ ତା.୨୭.୩.୧୯୯୩
    ବୌଦ୍ଧ-କନ୍ଧମାଳ
      • ୧.ବୌଦ୍ଧ
      • ୨.କନ୍ଧମାଳ
      • ୧.ରାଜସ୍ୱ ବିଭାଗ ବିଜ୍ଞପ୍ତି ସଂଖ୍ୟା-୫୬୪୧୩/ରାଜସ୍ୱ ତା.୨୨.୧୨.୧୯୯୩
      • ୨.ରାଜସ୍ୱ ବିଭାଗ ବିଜ୍ଞପ୍ତି ସଂଖ୍ୟା-୫୬୪୬୮/ରାଜସ୍ୱ ତା.୨୨.୧୨.୧୯୯୩

     

    ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ,ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା- RDM-DRC-ADMN-0004-2021 39522 / R & DM ତାରିଖ ୨୧.୧୧.୨୦୨୨ ଅନୁଯାୟୀ ନିମ୍ନଲିଖିତ ଜିଲ୍ଲାଗୁଡ଼ିକ ବର୍ତ୍ତମାନ ଏହି ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ଅଛନ୍ତି। ୧. ଗଞ୍ଜାମ, ୨. ଗଜପତି, ୩. କଳାହାଣ୍ତି, ୪. କୋରାପୁଟ,  ୫. ମାଲକାନଗିରି, ୬. ନବରଙ୍ଗପୁର, ୭. କନ୍ଧମାଳ, ୮.ରାୟଗଡ଼ |